Latest Odisha News

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଆଦୌ ବରଦାସ୍ତ କରାଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ରବିବାର ୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକମାନଙ୍କୁ ଭୟଭୀତ ନ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଏଥି ପାଇଁ ଉଲ୍ଲଂଘନକାରୀଙ୍କ ଉପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ନିୟମ ଉଲ୍ଲଂଘନ କରୁଥିବା ଯେ କୌଣସି ଦୋକାନ କିମ୍ବା ବଜାରକୁ ସିଲ୍ କରିଦିଆଯିବ ବୋଲି ସେ କଡା ଚେତାବନୀ ଦେଇଛନ୍ତି । ଏଥି ସହିତ ସମସ୍ତଙ୍କୁ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଚାଲିଥିବା ସଂଗ୍ରାମରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱରରେ ଏକ ନିର୍ଦ୍ଦିଷ୍ଟ ଅଂଚଳରେ ଏହି ସଂକ୍ରମଣ ସୀମିତ ରହିଥିବାରୁ ଏବଂ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯାଇଥିବାରୁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥି ସହିତ ସେ ସମସ୍ତଙ୍କୁ ଲକ୍ ଡାଉନକୁ ସମ୍ମାନ ଦେଇ ବାହାରକୁ ନ ବାହାରିବା ପାଇଁ ଅପିଲ କରିଛନ୍ତି । ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Comments are closed.