Latest Odisha News

BREAKING NEWS

କରୋନା ମୁକାବିଲା: ମାଓବାଦୀଙ୍କ ପାଇଁ ଅଡିଓ ଟେପ୍ ଓ ପୋଷ୍ଟର ଜାରି

ମାଲକାନଗିରି: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ମାଓ ସଂଗଠନ ପକ୍ଷରୁ ଅଡିଓ ଟେପ୍ ଓ ମାଓ ପୋଷ୍ଟର ଜାରି ହୋଇଛି । ମାଓନେତା କୈଳାସ ଏହି ଅଡିଓ ଟେପ୍ ଓ ପୋଷ୍ଟର ଜାରି କରିଛି । ଲୋକଙ୍କୁ ସତର୍କ ରହିବା ସହ ମାଓ କ୍ୟାଡରଙ୍କୁ କରୋନା ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ ଦେଇଛି ମାଓ ନେତା ।
ଏଥିସହ ଚାରରିଆଡେ କରୋନା ତାରା କାୟା ବିସ୍ତାର କରି ଚାଲିଥିବାରୁ ମାଓବାଦୀମାନେ ନିଜ ନିଜ ଅଂଚଳରେ ରହିବାକୁ ସେ ପରାମର୍ଶ ଦେଇଛି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ମାଓ ନେତା କୈଳାଶ । ଦେଶରେ ଓ ବିଶ୍ୱରେ ଅନେକ ଲୋକ ଏହି ମହାମାରୀ କରୋନା ଦ୍ୱାରା ପିଡୀତ ହୋଇ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିଛି ମାଓ ନେତା କୈଳାଶ। ଏହା ସହ ସରକାରଙ୍କ ପକ୍ଷରୁ ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ଲାଗୁ ହୋଇଥିବା ନିୟମ କୁ ମାନିବା ପାଇଁ ମଧ୍ୟ ସେ ଅପିଲ କରିଛନ୍ତି ।

Comments are closed.