Latest Odisha News

BREAKING NEWS

ଭିଲୱାଡା ମଡେଲ ଦେଶସାରା ଲାଗୁ କରାଯାଇପାରେ !

ଜୟପୁର : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ଭିଲୱାଡା ମଡେଲକୁ ଆବଶ୍ୟକ ପଡିଲେ ସାରା ଦେଶରେ ଲାଗୁ କରାଯାଇପାରେ । ଏ ନେଇ କୌଣସି ବିଧିବଦ୍ଧ ସୂଚନା ନାହିଁ ତେବେ ଭିଲୱାଡା ମଡେଲ କଥା କାହିଁକି ଉଠୁଛି ଆସନ୍ତୁ ଜାଣିବା । ଭିଳୱାଡାରେ କରୋନା ସଂକ୍ରମଣ ବ୍ୟାପିବା ପରେ ସ୍ଥାନୀୟ ସରକାର ଉପରୋକ୍ତ ରଣନୀତି ଆପଣାଇଥିଲେ ଏବଂ ଏହା ସଫଳ ମଧ୍ୟ ହୋଇଥିଲା ।

ବର୍ତମାନ ଏଠାରେ ୩୦ ଭିତରେ କରୋନା ସଂକ୍ରମିତ ରହିଛନ୍ତି । ରିପୋର୍ଟ ଆସିବା ପରେ ସରକାର ପ୍ରଥମେ କର୍ଫ୍ୟୁ ଲଗାଇଥିଲେ । ଏହା ପରେ ୧୪ ପ୍ରବେଶ ପଥରେ ଚେକପୋଷ୍ଟ ତିଆରି କଲେ । ସହର ମଧ୍ୟକୁ କେହି ଆସିପାରିବେ କି ନାହିଁ କି ଯାଇ ପାରିବେ ନାହିଁ । କରୋନା ସଂକ୍ରମଣ ପରୀକ୍ଷା ପାଇଁ ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଏକାଠି ସେଠାକୁ ପଠାଇଥିଲେ । ପ୍ରତ୍ୟେକ ଘରେ ସେମାନେ ପରୀକ୍ଷା କରିଥିଲେ । ୧୮ ହଜାର ଲୋକଙ୍କ ମଧ୍ୟରେ ଥଣ୍ଡା ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା । ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପରେ ସ୍ଥି୍‌ିତି ନିୟନ୍ତ୍ରଣକୁ ଆସିଥିଲା ।

Leave A Reply

Your email address will not be published.