ଭୁବନେଶ୍ୱର: ସଂକ୍ରମଣ ଆଶଙ୍କାରେ ଆଜି ଭୁବନେଶ୍ୱର ଆଇବି ଅଫିସକୁ ସିଲ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । କର୍ମଚାରୀଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ନିଷ୍ପତି ନିଆଯିବ ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସୂର୍ଯ୍ୟନଗର ଅଂଚଳର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଭୁବନେଶ୍ୱର ଆଇବି ଅଫିସର ଜଣେ କର୍ମଚାରୀ । ଏହାପରେ ସମ୍ପୂର୍ଣ୍ଣ ଅଫିସକୁ ସିଲ୍ କରାଯାଇଛି । ଏବଂ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନରେ ପଠାଇଦିଆଯାଇଛି । ଆଇବି ଅଫିସ ବାହାରେ ପ୍ରଶାସନ ପକ୍ଷରୁ ନୋଟିସ ବି ଲଗାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଆଜିଠାରୁ ୧୯ ତାରିଖ ଯାଏ ଇଂଟେଲିଜେନ୍ସ ବ୍ୟୁରୋ ଅଫିସ ବର୍ତମାନ ପ୍ରଶାସନର ନିରୀକ୍ଷଣରେ ଅଛି । ଏବଂ ଏହି ସମୟ ମଧ୍ୟରେ ଅଫିସକୁ ପ୍ରବେଶ ନିଷେଧ ।
BREAKING NEWS
- ଚିଲିକା ନିର୍ବାଚନ ମଣ୍ଡଳୀରେ ଭିକେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର
- ପିଲାଙ୍କ ମଧୁମେହ ରୋଗ
- ୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି ବିଜେପି :ସଚିନ ପାଇଲଟ
- ରୋଡ୍ ଶୋ ରାଜନୀତି
- କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?
- ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା
- ଆସନ୍ତା ଜୁନ ୧୦ରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ:ବୈଜୟନ୍ତ
- ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ
- ‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’