Latest Odisha News

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ ।

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ମିଶନ୍ ଗଗନୟାନ୍ ପାଇଁ ଇସ୍ରୋ ଭାରତୀୟ ବାୟୁସେନାର ୪ଜଣ ପାଇଲଟ୍‌ଙ୍କୁ ବାଛିଥିଲା । ସେହି ପାଇଲଟ୍‌ଙ୍କ ତାଲିମ ଋଷିଆର ୟୁରି ଗାଗରିନ୍ କସ୍ମୋନେଟ୍ ଟ୍ରେନିଂ ସେଣ୍ଟରରେ ଚାଲିଥିଲା ।

ତେବେ ମସ୍କୋରେ ଥିବା ଏହି ଟ୍ରେନିଂ ସେଣ୍ଟର ଲକ୍‌-ଡାଉନ କାରଣରୁ ସମସ୍ତ ପାଇଲଟ୍‌ଙ୍କ ତାଲିମ ବନ୍ଦ ରହିଛି । ଋଷିଆରେ ସମସ୍ତ ପାଇଲଟ ଗୋଟିଏ ବର୍ଷ ତାଲିମ ନେବା ପରେ ପୁନଃ ବେଙ୍ଗାଲୁରୁରେ ତାଲିମ ନେଇଥାନ୍ତେ । ହେଲେ ତାଲିମ ବାଧାପ୍ରାପ୍ତ ହେବାରୁ ମିଶନ ଗଗନୟାନ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି ।

ମିଶନ୍ ଗଗନୟାନ୍ ପୂର୍ବରୁ ଡିସେମ୍ବର୨୦୨୦ ଓ ଜୁଲାଇ ୨୦୨୧ରେ ଦୁଇଟି ମିଶନ ବିନା କୌଣସି ଅନ୍ତରୀକ୍ଷ ଯାତ୍ରୀରେ ସଂପନ୍ନ ହୋଇଥାନ୍ତା । ଏହାପରେ ୨୦୨୧ ଡିସେମ୍ବରରେ ମିଶନ ଗଗନୟାନ ଅଧିନରେ ତିନି ପାଇଲଟ ଅନ୍ତରୀକ୍ଷକୁ ଯିବେ । ଏହି ସମସ୍ତ ମିଶନ ପାଇଁ ୧୦ ହଜାର କୋଟି ଟଙ୍କା ନିବେଶ ହୋଇଛି ।

ତେବେ କରୋନାଭାଇରସ୍ ମହାମାରୀ ଯୋଗୁଁ ଏହି ସମସ୍ତ ମିଶନ କାର୍ଯ୍ୟକାରୀ ହେବା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.