ଗଞ୍ଜାମ: ମାସ୍କ ନଥିଲେ ଗ୍ରୋସରୀ ନାହିଁ । ମାସ୍କ ନଥିଲେ ମିଳିବନି ପନିପରିବା । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଆରା ନିଷ୍ପତି ନେଇଛନ୍ତି । ଯେକୌଣସି ବି ଗ୍ରାହକ ଯଦି ଆଜିଠାରୁ ମାସ୍କ ପିନ୍ଧିବେନି ତେବେ ସେମାନଙ୍କୁ ଗ୍ରୋସରୀ, ପନିପରିବା ଏବଂ ଜରୁରୀ ଔଷଧ ବି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଦୋକାନୀ ନିଜ ନିଜ ଦୋକାନ ବାହାରେ ଏନେଇ ନୋଟିସ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦୋକାନୀ ନୋଟିସ ଲଗାଇବେନି ଏବଂ ବିନା ମାସ୍କରେ ଲୋକଙ୍କୁ ସାମଗ୍ରୀ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
BREAKING NEWS
- ଲୋକସଭାରେ ଅମିତ ଶାହ ଓ ଅଖିଳେଶ ଯାଦବଙ୍କ ମଜାଳିଆ ଯୁକ୍ତିତର୍କ
- ଲାଲୁଙ୍କର କେଉଁ ଇଚ୍ଛା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ଗୃହରେ କହିଲେ ଅମିତ ଶାହ
- ମୁସଲମାନଙ୍କ ସୁରକ୍ଷାକୁ ନେଇ ଲୋକସଭାରେ ଗର୍ଜିଲେ ପୁରୀ ସାଂସଦ
- ଲୋକସଭାରେ ଓ୍ବାକଫ ସଂଶୋଧନ ବିଲ୍ ପାସ୍: ସମର୍ଥନରେ ପଡ଼ିଲା ୨୮୮, ଜାଣନ୍ତୁ ବିରୋଧରେ କେତେ
- ଜଙ୍ଗଲ ନିଆଁ ରୋକିବ ଭର୍ମି କମ୍ପୋଷ୍ଟ ୟୁନିଟ !
- ଆଇଏଏଫ ଫାଇଟର ଜେଟ୍ ଜାଗୁଆର୍ ଦୁର୍ଘଟଣାଗ୍ରସ୍ତ, ଜଣେ ପାଇଲଟ ନିଖୋଜ
- ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ସହକାରୀ ଯନ୍ତ୍ରୀକୁ ଧରିଲା ଭିଜିଲାନ୍ସ
- ମିଆଁମାର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା; ରହିଛି ୬.୦ ତୀବ୍ରତା
- ଭାଇଜାନଙ୍କ ହାତରୁ ଖସୁଛି ଷ୍ଟାରଡମ
- ବାଟମାରଣା ହୋଇଛି ୮୬୫ କୋଟି ଟଙ୍କା ଖଣିଜ ରାଜସ୍ୱ: ସିଏଜି ରିପୋର୍ଟ
Comments are closed.