Latest Odisha News

BREAKING NEWS

ଲକ୍‌-ଡାଉନରେ କେରଳ ପୋଲିସର କ୍ରିକେଟ୍ କମେଣ୍ଟ୍ରି !

କେରଳ: ସୋସିଆଲ୍ ମିଡିଆରେ ଭାଇରାଲ୍ କେରଳ ପୋଲିସର ଲକ୍‌-ଡାଉନ୍ ଭିଜୁଆଲ୍ । ମାଡ କି ଗିରଫ କରି ନୁହେଁ ବରଂ କ୍ରିକେଟ କମେଣ୍ଟ୍ରି ଜରିଆରେ ଲୋକ ହେଉଛନ୍ତି ସଚେତନ ।

BjdElectrycity

ସାରା ଦେଶରେ ଲକ୍‌-ଡାଉନ ନିର୍ଦ୍ଦେଶକୁ ଅଣଦେଖା କରି ଅନେକ ଲୋକ ପୋଲିସଠାରୁ ମାଡ ଖାଇବା ସହ ଗିରଫ ବି ହୋଇଛନ୍ତି । ସୋସିଆଲ ମିଡିଆରେ ଏ ନେଇ ଶହଶହ ଭିଡିଓ ସାମ୍ନାକୁ ଆସିଛି ।

ହେଲେ କେରଳର ଏହି ଭିଡିଓଟି ସବୁଠୁ ଅଧିକ ଭାଇରାଲ୍ ହୋଇଛି । ଖୋଦ କେରଳ ପୋଲିସ ଏହି ଭିଡିଓଟିକୁ ଶେୟାର କରିଛି । ଲକ୍‌-ଡାଉନ୍ ଉଲ୍ଲଙ୍ଘନକାରୀଙ୍କୁ ଧରିବା ଲାଗି କେରଳ ପୋଲିସ ଡ୍ରୋନ୍ ର ସାହାର ନେଉଛି ।

ବୁଧବାର ଦିନ କେରଳ ପୋଲିସ ଡ୍ରୋନ୍‌କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଉଡାଇଥିଲା । ଅନେକ ଲୋକ ଡ୍ରୋନ୍ ଦେଖି ଦୌଡି ପଳାଇଥିଲେ । ତେବେ ଏହି ଭିଡିଓଟିକୁ କେରଳ ପୋଲିସ ବେଶ ମଜାଦାର ଅନ୍ଦାଜରେ ଏଡିଟ୍ କରିଛି ।

ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କାର, ସଂଜୟ ମଂଜ୍ରେକର ଓ ଇଆନ୍ ବୋଥମ୍‌ଙ୍କ ସ୍ୱରରେ ପୂର୍ବ ପ୍ରସାରିତ କ୍ରିକେଟ୍ କମେଣ୍ଟ୍ରିର ଅଡିଓ ଟ୍ରାକ୍‌କୁ ବ୍ୟବହାର କରି ଏହି ଭିଡିଓଟିକୁ ଏଡିଟ୍ କରାଯାଇଛି । ସୋସିଆଲ ମିଡିଆରେ କେରଳ ପୋଲିସର ଏହି ଭିଡିଓଟି ଖୁବ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.