ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍କୁ ମନଇଚ୍ଛା ଖାଆନ୍ତୁ ନାହିଁ । ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ନର୍ସଙ୍କୁ ଉପଯୁକ୍ତ ପରାମର୍ଶ କ୍ରମେ ଖାଇବାକୁ ଦିଆଯାଇଛି। ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ। ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।
ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ ୧୦ଟି ଉଚ୍ଚ କ୍ଷମତା ସଂପନ୍ନ କମିଟି କେନ୍ଦ୍ର ସରକାର ଗଠନ କରିଛନ୍ତି । ଏଥିସହ ୧.୭ କୋଟି ପିପିଇ ଓ ୪୯ ହଜାର ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.