ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍କୁ ମନଇଚ୍ଛା ଖାଆନ୍ତୁ ନାହିଁ । ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ରୋଗୀ ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଏବଂ ନର୍ସଙ୍କୁ ଉପଯୁକ୍ତ ପରାମର୍ଶ କ୍ରମେ ଖାଇବାକୁ ଦିଆଯାଇଛି। ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବ। ଏହି ଔଷଧ ହୃଦରୋଗ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ, ମନ ଇଛା ଏହି ଔଷଧକୁ କେହି ଖାଆନ୍ତୁ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।
ସେହିପରି ଦେଶରେ କରୋନା ମୁକାବିଲାକୁ ଆହୁରି ଦୃଢ଼ ଓ ତ୍ୱରାନ୍ଵିତ କରିବା ପାଇଁ ଗୋଟିଏ ମନ୍ତ୍ରୀ ଗୋଷ୍ଠୀ ସହ ୧୦ଟି ଉଚ୍ଚ କ୍ଷମତା ସଂପନ୍ନ କମିଟି କେନ୍ଦ୍ର ସରକାର ଗଠନ କରିଛନ୍ତି । ଏଥିସହ ୧.୭ କୋଟି ପିପିଇ ଓ ୪୯ ହଜାର ଭେଣ୍ଟିଲେଟର ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୩୪କୁ ବୃଦ୍ଧି ପାଇଛି । ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.