Latest Odisha News

BREAKING NEWS

କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର, ୧୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରିୟାଦ: କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର ପଡିଛି । ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ସେମାନେ ଏହି କିଲର କରୋନାକୁ ଅଟକାଇବାରେ ସଫଳ ହୋଇ ନାହାନ୍ତି । ଅଲଜଜୀରା, ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ୧୫୦ରୁ ଊର୍ଦ୍ଧ୍ୱ ରାଜପରିବାର ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇ ପଡିଛନ୍ତି । ଅନ୍ୟ ଅଧିକାରୀମାନେ କୋଭିଡ-୧୯ କବଳରେ ପଡିଛନ୍ତି । ସାଉଦି ପ୍ରିନ୍ସ ଫୈଜଲ ବିନ ବନଦର ବିନ ଅବଦୁଲାଜିଜ ଅଲ ସାଉଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସ୍ୱତନ୍ତ୍ର ଆଇସିୟୁରେ ରଖାଯାଇଛି। ରାଜା ସଲମାନ ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଇଛି। ଏଥିପାଇଁ ସେମାନେ ଆଇସୋଲେସନକୁ ଚାଲି ଯାଇଛନ୍ତି ।

ସେହିପରି ରାଜ ପରିବାରର ସଦସ୍ୟଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷ ଆଉ ୫୦୦ କରୋନା ବେଡ୍ ପ୍ରସ୍ତୁତ କରି ରଖିଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ୧୫୦ ଜଣ ସଦସ୍ୟ ଏହିଠାରେ ହିଁ ଚିକିତ୍ସିତ ହେଉଛନ୍ତି । ତେବେ ଏମାନଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନାହିଁ । ୩୩ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏହି କିଙ୍ଗଡମରେ ୨୯୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.