Latest Odisha News

ବିସିସିଆଇ ଦେଲା ଖେଳାଳିଙ୍କ ପାରିଶ୍ରମିକ

ମୁମ୍ବାଇ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୁକ୍ତିଭିତିକ ଖେଳାଳିଙ୍କ ବକେୟା ପାରିଶ୍ରମିକ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛି । ଅସୁବିଧା ସମୟରେ ଖେଳାଳିଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ଉଚିତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ବିସିସିଆଇ କିନ୍ତୁ ଦାୟିତ୍ୱରେ ହେଳା କରିନାହିଁ । ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ତଥାପି ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହି ସମୟରେ ଯେଉଁ ଖେଳାଳିମାନେ ଭାରତ ପାଇଁ ଓ ଭାରତ ଏ ପାଇଁ ଖେଳିଛନ୍ତି ସେମାନଙ୍କ ପାଉଣା ମଧ୍ୟ ପ୍ରଦାନ କରାଯାଇଛି। ଆର୍ଥିକବର୍ଷ ଶେଷରେ ସମସ୍ତଙ୍କୁ ପାଉଣା ପ୍ରଦାନ କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।  ଚଳିତବର୍ଷ ଶେଷ ଆଡକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ ହେବା ଜରୁରୀ ହୋଇପଡିଛି ବୋଲି ସେ ସ୍ବୀକାର କରିଛନ୍ତି। ଏସିଆ କପ୍‌ ଓ ଇଂଲଣ୍ଡ ବିପକ୍ଷ ସିରିଜ ଅକ୍ଟୋବରରେ ଓ ଆଗକୁ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଆଇପିଏଲ କେବେ ଆୟୋଜନ ହେବ ସେ ନେଇ କହିବା କଷ୍ଟକର ବୋଲି ସେ କହିଛନ୍ତି।

Comments are closed.