ଚଣ୍ଡିଗଡ: ଲକଡାଉନ୍ ବେଳେ ପଂଜାବ ପଟିଆଲା ସ୍ଥିତ ସନୋର ରୋଡରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ପରିବା କିଣିବାକୁ ବଜାରକୁ ଯାଇଥିବା କିଛି ଦୁର୍ବୃତ୍ତ ପୋଲିସ ଉପରକୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ପୋଲିସ କର୍ମୀଙ୍କ ହାତ କଟିଯାଇଛି । ଏଥିସହ ଅନ୍ୟ ୨ ଜଣ ଅଧିକାରୀ ଗୁରୁତର ହୋଇଛନ୍ତି ।
ସୂଚନାନୁସାରେ, ୪ରୁ ୫ ଜଣ ବ୍ୟକ୍ତି ଆଜି ସକାଳୁ ଅସ୍ତ୍ରଶସ୍ତ୍ର ଧରି ଗାଡିରେ ବୁଲୁଥିଲେ । ଏହି ସମୟରେ ପରିବା ବଜାରରେ ଥିବା କିଛି ପୋଲିସ କର୍ମୀ ସେମାନଙ୍କୁ ଅଟକାଇଥିଲେ । ଏଥିସହ କର୍ଫୁ ପାସ୍ ଦେଖିବାକୁ କହିଥିଲେ । କିନ୍ତୁ ସେମାନେ ଗାଡିରୁ ଓହ୍ଲାଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଏଏସ୍ଆଇଙ୍କ ହାତ ହାଣି ଦେଇଥିଲେ ।
ଗୁରୁତର ଏଏସ୍ଆଇ ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ସେପଟେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଏକ ଗୁରୁଦ୍ୱାରା ଭିତରେ ଲୁଚି ରହିଛନ୍ତି । ପୋଲିସ ଗୁଳି ଚାଳନା କରି ୭ଜଣ ନିହଙ୍ଗଙ୍କୁ ଗିରଫ କରିଛି । ଏବେବି ଅନେକ ସେଠାରେ ଲୁଚି ରହିଛନ୍ତି । ପଂଜାବ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.