Latest Odisha News

BREAKING NEWS

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ରାଜନଗର: ଶନିବାର ଚିହ୍ନଟ ହୋଇଥିବା ରାଜ୍ୟର ୪ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ମହିଳା ଜଣଙ୍କ ରାଜନଗର ଅଂଚଳର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

କରୋନା ପଜିଟିଭ ଚିହ୍ନଟ ଏହି ମହିଳା ଜଣଙ୍କ କିଛି ଦିନ ତଳେ ପଡୋଶୀ ରାଜ୍ୟକୁ ଯାଇଥିଲେ । ସେଠୁ ଫେରିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ ବୋଲି ଜଣାପଡିଛି । ସ୍ୱାବ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ଏକ ର୍ଭେିଡ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କ ପରିବାରର ଅନ୍ୟମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ମହିଳା ଜଣଙ୍କ ଯେଉଁମାନଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ସହ ସଂପୃକ୍ତ ଅଂଚଳକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏଥି ସହ ସାନିଟାଇଜ ମଧ୍ୟ କରାଯାଉଛି ।

ପୂର୍ବରୁ କେନ୍ଦ୍ରାପଡା ଅଂଚଳର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଶନିବାରର ପଜିଟିଭ ଚିହ୍ନଟ ମହିଳାଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ଦୁଇରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ଏଥି ସହ ଜଣେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.