ୱାଶିଂଟନ: ଭାରତରୁ ଆମେରିକାରେ ପହଂଚିଲା ହାଇଡ୍ରୋକ୍ସି କ୍ଳୋରକୁଇନ୍ ଔଷଧ । କରୋନା ଉପଚାର ପାଇଁ ଏହି ଔଷଧକୁ ସମ୍ଭାବ୍ୟ ସଂଜିବନୀ ରୂପେ ଗ୍ରହଣ କରାଯାଇଛି । ଏଥିପାଇଁ ଚଳିତ ସପ୍ତାହରେ ଆମରେିକା ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଲୋରକୁଇନ୍ର ୩୫.୮୨ ଲକ୍ଷ ମେଡିସିନ୍ ଯୋଗଇ ଦେବା ପାଇଁ ରାଜି ହୋଇଥିଲା । ତେବେ ଶନିବାର ଏହି ଔଷଧ ଆମେରିକାରେ ପହଂଚିଛି । ଏଥିସହ ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ୯ ଟନ ଫାର୍ମାସ୍ୟୁଟିକଲ ସାମଗ୍ରୀ ମଧ୍ୟ ପଠାଇଛି ଭାରତ ।
ଭାରତରୁ ପ୍ରଥମ ପର୍ଯ୍ୟାୟ ହାଇଡ୍ରୋକ୍ସି କ୍ଲୋରକୁଇନ୍ ଔଷଧ ନ୍ୟୁୟର୍କ ବିମାନମନ୍ଦରରେ ପହଂଚିଥିବା ନେଇ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସନ୍ଧୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆମେରିକୀୟ ଏହି ଔଷଧ ରପ୍ତାନିକୁ ସ୍ୱାଗତ ଜଣାଇଛନ୍ତି । ନ୍ୟୁୟର୍କରେ ରହୁଥିବା ରିୟଲ ଏଷ୍ଟେଟ ପରାମର୍ଶଦାତା ଏବଂ ଟ୍ରମ୍ପଙ୍କ ସମର୍ଥକ ଅଲ ମେସନ କହିଛନ୍ତି ଯେ, ଭାରତର ଏହି ମହାନ ମାନବୀୟ ସହଯୋଗକୁ ଆମେରିକା କେବେ ହେଲେ ଭୁଲିବନି ।
ଟ୍ରମ୍ପ ଗତ ସପ୍ତାହରେ ମୋଦିଙ୍କୁ ଫୋନ କରି ଆମେରିକାକୁ ହାଇଡ୍ରୋ କ୍ଲୋରୋକ୍ୱିନ ଔଷଧ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହାପରେ ଏପ୍ରିଲ ୭ ତାରିଖରେ ଏହି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦେଇଥିଲେ ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.