Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ

ଭୁବନେଶ୍ୱର: କୋଭିଡ-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟରେ ଆଉ ୫ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି।

ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ସେମାନଙ୍କର କୋଭିଡ-୧୯ ଟେଷ୍ଟ ନେଗେଟିଭ ବାହାରିଛି। ଏହାବ୍ୟତୀତ ସମସ୍ତଙ୍କ ମିଳିତ ପ୍ରୟାସରେ କୋଭିଡ ବିରୋଧରେ ଓଡିଶା ଜିତୁଛି ବୋଲି ଉକ୍ତ ଟ୍ବିଟରେ ଉଲ୍ଲେଖ ରହିଛି!

ଏହାଛଡା ଓଡିଶାରେ ମୋଟ୍ ୫୫ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେଥିମଧ୍ୟରୁ ୧୦ ଜଣ ଭୁବନେଶ୍ୱରର ରହିଛନ୍ତି।

Leave A Reply

Your email address will not be published.