ଭୁବନେଶ୍ୱର: ଖରାଦିନେ ସ୍ୱଚ୍ଛ ପାନୀୟ ଜଳ ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସହରାଂଚଳ ପାଇଁ ୧୮୦୦୩୪୫୬୭୮୩ ଓ ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଜାରି କରାଯାଇଛି । ଏନେଇ ଟ୍ୱିଟ୍ କରି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଯେଉଁ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଥିବ ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ଜଣାଇପାରିବେ । ସହାରାଂଚଳରେ ଅଧିକାଂଶ ସ୍ଥାନରେ ୨୪ ଘଂଟିଆ ପାଣି ଦିଆଯାଇଛି । କିଛି ସ୍ଥାନରେ ନିର୍ଦ୍ଧାରିତ ସମୟରେ ପାଣି ମିଳୁଛି । ସେଠାରେ ଆକଶ୍ୟକ ହେଲେ ଅଧିକ ସମୟ ପାଣି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହା ସହିତ ଯେଉଁ ଅଞ୍ଚଳରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ଟ୍ୟାଙ୍କର ଓ ବଡ଼ ବଡ଼ ଟାଙ୍କି ମାଧ୍ୟମରେ ପାଣି ଯୋଗାଇଦେବା ସରକାର । ଅଭିଯୋଗ ଆସିଲେ ପଦକ୍ଷେପ ନେବାପାଇଁ ଇଞ୍ଜିନିଅର ଅଫିସ, ଡିଭିଜନ ଅଫିସ, ସବଡିଭିଜନ ଅଫିସ ଓ ଜେଇ ଅଫିସରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ।
ଯଦି ଗ୍ରାମଞ୍ଚଳରେ କେଉଁଠି ଟିଉବଲର ନିହାତି ଆବଶ୍ୟକ ପଡ଼େ ଜିଲ୍ଲାପାଳଙ୍କ ଜରିଆରେ ପ୍ରସ୍ତାବ ଆସିଲେ ସଠି ଟିଉବଲ ବସାଯିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ଟିଉବଲର ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିଛନ୍ତି ।
BREAKING NEWS
- ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି
- ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା
- ୨୨ଲକ୍ଷର ସୋସାଇଟି ପାଣ୍ଠି ହଡ଼ପ ଅଭିଯୋଗ;ପୂର୍ବତନ ପାକ୍ସ ସମ୍ପାଦକ ଗିରଫ
- ବିଷାକ୍ତ ଲଙ୍କା: ୨୭ଟି ରାଜ୍ୟରେ ବ୍ୟାପିଲା ସାଲମୋନେଲା ସଂକ୍ରମଣ, ୩୪୫ ଆକ୍ରାନ୍ତ
- ଏଥର ଇନଷ୍ଟାଗ୍ରାମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ନିବେଦନ
- ବାଲେଶ୍ୱର ଭୋଗରାଇରେ ଉତ୍ତେଜନା: ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି କର୍ମୀ
- କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା, ଅତ୍ୟଧିକ ଡ୍ରଗ୍ସ ନିଶାରେ ଥିଲେ କନଷ୍ଟେବଳ ସୌମ୍ୟ
- ଘର ପ୍ରତିଷ୍ଠା ଭୋଜି ଖାଇ ୭୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ; ହସ୍ପିଟାଲରେ ଭର୍ତ୍ତି

Comments are closed.