Latest Odisha News

BREAKING NEWS

ଲକଡାଉନ୍‌ ନୂଆ ଗାଇଡଲାଇନ୍: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ କେନ୍ଦ୍ରର ଏହି ନୂଆ ଗାଇଡ ଲାଇନ୍‌ରେ କାହା ଉପରେ ରହିଛି କଟକଣା ଆଉ କାହା ଉପରୁ କୋହଳ କରାଯାଇଛି କଟକଣା ସେ ନେଇ ଆସନ୍ତୁ ଜାଣିବା ।
କ’ଣ ବନ୍ଦ ରହିବ
-ବସ୍‌, ଟ୍ରେନ୍‌, ବିମାନ, ଅଟୋ, ଟ୍ୟାକ୍ସି, ରିକ୍ସା ଚଳାଚଳା ବନ୍ଦ
-ସମସ୍ତ ଶିକ୍ଷାନୁଷ୍ଠାନ ସହ କୋଚିଂ ସେଂଟର ବନ୍ଦ ରହିବ ।
-ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ ।
-ଶିଳ୍ପ ଏବଂ ବାଣିଜ୍ୟ କାରବାର ବନ୍ଦ ରହିବ ।
– ସିନେମା ହଲ, ମଲ, ଜିମ୍, ପାର୍କ, ସୁଇମିଂ ପୁଲ, ଅଡିଟୋରିୟମ ଓ ବାରଗୁଡିକ ବନ୍ଦ ରହିବ ।
– ହଟସ୍ପଟ ଅଞ୍ଚଳରେ କଟକଣା କଡାକଡି
– ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା
– ସର୍ବସାଧାରଣରେ ଛେପ ପକାଇଲେ ଜରିମାନା
-ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ରହିବା ମନା

କ’ଣ ଖୋଲା-ଜାରି ରହିବ
-ହସ୍ପିଟାଲ, ନର୍ସିଂହୋମ୍‌, କ୍ଲିନିକ ଏବଂ ଟେଲି ମେଡିସିନ ସେବା
– କୃଷି ସମ୍ପର୍କିତ ସମସ୍ତ କାର‌୍ୟ୍ୟ ଜାରି ରହିବ
– ବ୍ୟାଙ୍କ ଶାଖା ଓ ଏଟିଏମ, ପୋଷ୍ଟାଲ ଅଫିସ ଖୋଲା ରହିବ
– ମନରେଗା କାମ ଜାରି ରହିବ
– ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ
– ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ
– ଗ୍ରାମାଞ୍ଚଳରେ ରାସ୍ତା କାମ ସହ କୃଷି କାର‌୍ୟ୍ୟ ଜାରି ରହିବ
– ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ
– ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, ଊଞଐ ସେବା ଜାରି ରହିବ
– ଅନ୍‌ଲାଇନ୍ କୋରିଅର ସେବା କାମ କରିବାକୁ ଅନୁମତି

Leave A Reply

Your email address will not be published.