ନୂଆଦିଲ୍ଲୀ: ଲକଡାଉନ୍ ବେଳେ କୃଷିଜାତ ସମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଦୁଇଟି ୧୮୦୦୧୮୦୪୨୦୦ ଓ ୧୪୪୮୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ।
ସଂପୃକ୍ତ ମାଲ ପରିବହନକାରୀ ଏହି ଦୁଇ ନମ୍ବରକୁ ଫୋନ କରି ବିଭିନ୍ନ ତଥ୍ୟ ଓ ସହାୟକ ସୂଚନା ପାଇପାରିବେ । ଏହି ଟୋଲ ଫ୍ରି ନମ୍ବର ଅହରାତ୍ର କାର୍ୟ୍ୟ କରିବ । ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ ଫୋନରେ ଏହି ନମ୍ବରକୁ ଫୋନ୍ କରି ହେବ ।
ପନିପରିବା ଓ ଫଳ ଭଳି କୃଷିଜାତ ସାମଗ୍ରୀ ପରିବହନକୁ ସୁଗମ କରିବା ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ଓ ଚାଷୀ ତଥା ପରିବହନକାରୀଙ୍କୁ ଆବଶ୍ୟକ ତଥ୍ୟ ଯୋଗାଇ ଦେବାକୁ କୃଷି ମନ୍ତ୍ରଣାଳୟ ଏହି ଟୋଲ ଫ୍ରି ନମ୍ବର ଜାରି କରିଛି । ଲକଡାଉନ ସମୟରେ ଚାଷୀ, ବ୍ୟବସାୟୀ ଓ ପରିବହନକାରୀ ଏହାଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି ।
BREAKING NEWS
- ସ୍ୱଚ୍ଛ ଶକ୍ତି ବୈଷୟିକ ଜ୍ଞାନ ଆଦାନପ୍ରଦାନ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
- ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିୟୋଜନ ପାଇଁ କଡ଼ା ନିର୍ଦ୍ଦେଶ
- Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ

Comments are closed.