ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍ସ୍ପଟ୍ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି। ଏହି ରେଡ୍ ଜୋନ୍ ଭିତରେ ଅଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚଣ୍ଡିଗଡ, ଶ୍ରୀନଗର, ନାଗପୁର, ପୁଣେ ଓ ଇନ୍ଦୋର ଆଦି ସହର ।
ଏହି ରେଡ୍ ଜୋନ୍ ଅଚଂଳରେ କଟକଣା ଆହୁରି କଡାକଡି କରାଯିବ । ଏହି ସବୁ ସହରାଞ୍ଚଳରେ ଏବେ ସରକାରଙ୍କ ଗାଇଡଲାଇନ ଅନୁସାରେ କରୋନା ମୁକାବିଲା କରାଯିବ ବୋଲି ଗୃସଚିବ ଅଜୟ ଭଲ୍ଲାଙ୍କ ଉପସ୍ଥିତିରେ ଅନୁଷ୍ଠିତ କ୍ୟାବିନେଟ୍ ସଚିବ ରାଜିବ ଗୁଭା ଭିଡିଓ କନଫରେନସିଂରେ କହିଛନ୍ତି।
ସେହିପରି ଅଣ ହଟ୍ସ୍ପଟ୍ ଜିଲ୍ଲାଙ୍କୁ ହ୍ୱାଇଟ୍ ଜୋନରେ ରଖାଯାଇଥିବା ବେଳେ ଏଥିରେ ୩୫୩ଟି ଜିଲ୍ଲା ଅଛନ୍ତି । ସେହିପରି ଯେଉଁ ଜିଲ୍ଲାକୁ କରୋନା ଛୁଇଁ ନାହିଁ ସେହି ସବୁ ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛନ୍ତି ସରକାର। ଏ ନେଇ ବୁଧବାର ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ନଗରପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟଙ୍କ ସହ ଆଲୋଚନା ହୋଇଛି। ଏଥିରୁ ଏପ୍ରିଲ ୨୦ ତାରିଖ ପରେ ଯଦି ହ୍ୱାଇଟ୍ ଜୋନରେ ଥିବା ଦେଶର ୨୫୩ଟି ଜିଲ୍ଲାରେ ନୂଆ ସଂକ୍ରମିତ ନ ଆସନ୍ତି ତେବେ ସେହି ସବୁ ଜିଲ୍ଲାକୁ ହୁଏତ କଟକଣା ମୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।
BREAKING NEWS
- ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ
- ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ
- ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ, ୧୦ ଆହତ
- ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ
- କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍ ସୋ କରିବେ ଡ୍ରିମ୍ଗର୍ଲ୍
- ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍
- ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ
- ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ
- ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା
- ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ