ନୂଆଦିଲ୍ଲୀ: ଲକଡାଉନ୍ ବେଳେ କୃଷିଜାତ ସମଗ୍ରୀର ଆନ୍ତଃରାଜ୍ୟ ପରିବହନ ପାଇଁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଦୁଇଟି ୧୮୦୦୧୮୦୪୨୦୦ ଓ ୧୪୪୮୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ।
ସଂପୃକ୍ତ ମାଲ ପରିବହନକାରୀ ଏହି ଦୁଇ ନମ୍ବରକୁ ଫୋନ କରି ବିଭିନ୍ନ ତଥ୍ୟ ଓ ସହାୟକ ସୂଚନା ପାଇପାରିବେ । ଏହି ଟୋଲ ଫ୍ରି ନମ୍ବର ଅହରାତ୍ର କାର୍ୟ୍ୟ କରିବ । ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ ଫୋନରେ ଏହି ନମ୍ବରକୁ ଫୋନ୍ କରି ହେବ ।
ପନିପରିବା ଓ ଫଳ ଭଳି କୃଷିଜାତ ସାମଗ୍ରୀ ପରିବହନକୁ ସୁଗମ କରିବା ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷା ଓ ଚାଷୀ ତଥା ପରିବହନକାରୀଙ୍କୁ ଆବଶ୍ୟକ ତଥ୍ୟ ଯୋଗାଇ ଦେବାକୁ କୃଷି ମନ୍ତ୍ରଣାଳୟ ଏହି ଟୋଲ ଫ୍ରି ନମ୍ବର ଜାରି କରିଛି । ଲକଡାଉନ ସମୟରେ ଚାଷୀ, ବ୍ୟବସାୟୀ ଓ ପରିବହନକାରୀ ଏହାଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି ।
BREAKING NEWS
- ରାଜଧାନୀରୁ ୭୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ
- OUSSSC CPSE 2024: ପୋଲିସ ଏସ୍ଆଇ ପରୀକ୍ଷାର୍ଥୀଙ୍କ ବଢିଲା ତଥ୍ୟ ଅପଡେଟ୍ ସମୟସୀମା
- ୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ
- ମୁମ୍ବାଇ ଇଣ୍ଡିଆନ୍ସ ହେଲା ସବୁଠାରୁ ଦାମୀ ଟିମ
- Sheikh Hasina approaches UN: ଢାକା ଫେରିବା ପୂର୍ବରୁ UNର ଦ୍ୱାରସ୍ଥ ହେଲେ ଶେଖ୍ ହସିନା;ଜାଣନ୍ତୁ କାରଣ…
- ରଣଜୀ ଟ୍ରଫିରେ ଚିନ୍ମୟ ସୁତାରଙ୍କ ଧମାକା: ଭାଙ୍ଗିଲେ ୧୦୦ ବର୍ଷର ବିଶ୍ୱ ରେକର୍ଡ!
- କିଟରେ ହେବ ଓଡ଼ିଶା ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ
- PM Kisan Yojana:କାଲି ମିଳିବ ପିଏମ୍ କିଷାନ ଟଙ୍କା; ରାଜ୍ୟରେ ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି
- ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ
- ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

Comments are closed.