ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ ଲକ୍ଡାଉନକୁ ନେଇ ଭିଡିଓ କନଫରେନ୍ସିଂରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସେ କହିଛନ୍ତି, ଦେଶରେ ବର୍ତ୍ତମାନ ସ୍ଥିତି ସଂକଟାପନ୍ନ ରହିଛି । ଏପରି ସମୟରେ ସମସ୍ତେ ମିଳିମିଶି କାମ କରିବା ଉଚିତ । କରୋନା ଭୂତାଣୁ ପାଇଁ ଲକଡାଉନ ସ୍ଥାୟୀ ସମାଧାନ ନୁହେଁ ବୋଲି ରାହୁଲ କହିଛନ୍ତି । ତାଲାବନ୍ଦ ଉଠିବା ପରେ ପୁଣି କରୋନା ବ୍ୟାପି ପାରେ । ସାମୟିକ ସମୟ ପାଇଁ ଦେଶରେ ଏହାର ପ୍ରଭାବ ଦେଖାଯିବ । ତାଲାବନ୍ଦ ପାଇଁ ସ୍ୱତନ୍ତ୍ର ରଣନୀତ ଆବଶ୍ୟକ ବୋଲି କହିଛନ୍ତି ରାହୁଲ ।
ଅନ୍ୟପଟେ କରୋନା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ରାପିଡ଼୍ ଟେଷ୍ଟିଂ । ଟେଷ୍ଟିଂ ଜରିଆରେ ହିଁ କରୋନାକୁ କାବୁ କରାଯାଇ ପାରିବ । ରାପିଡ଼୍ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
BREAKING NEWS
- ଟି୨୦ ବିଶ୍ୱକପ:ଟିମ ଇଣ୍ଡିଆର ପ୍ରଥମ ବ୍ୟାଚରେ ଗଲେନି ହାର୍ଦ୍ଦିକ
- ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି
- ଆମ୍ବୁଲାନ୍ସ ନଆସିପାରିବାରୁ ଗଲା ପ୍ରସୂତିଙ୍କ ଜୀବନ
- ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’
- ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତ ମତଦାନ ସହିତ ଇଭିଏମରେ ସିଲ ହେଲା ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
- ରାମ ମନ୍ଦିରରେ ବ୍ୟାନ ହେଲା ମୋବାଇଲ
- ମୌଖିକ ଭାବରେ ପ୍ରକାଶ କରି ପାରିନଥିବା ଭାବ ମୋ ହାତରେ କଲମ ଧରାଇ ଦେଲା : ବିଶ୍ଵଜିତ୍ ରାଉତ
- କବିତା ନିରଂତର : ସାରା ସଂସାରର ଦାୟିତ୍ବ
- ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର
- ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)