ଭୁବନେଶ୍ୱର: ରାଜ୍ୟରେ ଦିନ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଏହି ସଂଖ୍ୟା ୬୦ରେ ପହଂଚିଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ଯେଉଁ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କୁ ପ୍ରର୍ଯ୍ୟୟକ୍ରମେ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ଆବଶ୍ୟକ ପଡିଲେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୧୫ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ ବୋଲି ସେ କହିଛନ୍ତି । ଏଥିସହ ଅବରୋଧ ଅଂଚଳରେ ରହୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସର୍ଭିଲାନ୍ସରେ ରଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ନିରାପଦରେ ରହିଛି । କିନ୍ତୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସ୍ଥିତି ବଦଳିପାରେ ସେ କଥା କହିହେବନି । କରୋନା ଚେନ୍କୁ ଭାଙ୍ଗିବା ହେଉଛି ସବୁଠାରୁ ବଡ ଚ୍ୟାଲେଂଜ ।
ଭୁବନେଶ୍ୱରରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ନିଜାମୁଦ୍ଦିନ ଲିଙ୍କ ରହିଛି । ଭୁବନେଶ୍ୱର ଓ ଭଦ୍ରକ କରୋନା ରେଡ୍ ଜୋନ୍ରେ ଅଛି । ୨୮ ଦିନ ପରେ ସ୍ଥିତି ସୁଧରିଲେ ଅରେଂଜ ଜୋନ୍କୁ ଆସିବ । ରାଜ୍ୟରେ ଟେଷ୍ଟି ସୁବିଧା ବଢ଼ୁଛି । ପୋଲିଂ ମେଥଡରେ ଅଧିକ ପରୀକ୍ଷା କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି କହିଛନ୍ତି ।
BREAKING NEWS
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?