Latest Odisha News

BREAKING NEWS

ଢୋଲ ବଜାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛି ପାକିସ୍ତାନ !

ପାକିସ୍ତାନ: ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ପାକିସ୍ତାନୀ ହସ୍ପିଟାଲର ଏହି ଭିଡିଓ । ଏହି ଭିଡିଓଟିକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ଶେୟାର କରିଛନ୍ତି । ଭିଡିଓରେ କିଛି ଡାକ୍ତର କରୋନାଭାଇରସ୍ ୱାର୍ଡରେ ଢୋଲ ବଜାଇ ନାଚିବାରେ ଦେଖିବାକୁ ମିଳିଛି ।

ସାରା ବିଶ୍ୱ କରୋନା ବିରୋଧୀରେ ଲଢେଇରେ ସାମିଲ ହୋଇଛି । ଅନ୍ୟପଟେ ପାକିସ୍ତାନ ଭାରତ ବିରୋଧରେ ଗୋଳାବାରୁଦ ଧରି ସୀମା ଆରପଟୁ ବାରମ୍ବାର ଭୀରୁତାର ପରିଚୟ ଦେଇଆସୁଛି ।

କରୋନା ବିରୋଧୀ ଲଢେଇରେ ପାକିସ୍ତାନ ଏତେଟା ଉଲ୍ଲେଖନୀୟ ପଦକ୍ଷପ ନେଇନଥିଲାବେଳେ ନିକଟରେ ଭାରତକୁ ହାଇଡ୍ରୋଅକ୍ସିକ୍ଲୋରୋକ୍ୱିନ୍ ଔଷଧ ମାଗିଥିଲା । ଏହି ସମସ୍ତ ଘଟଣା ବାଦ ପାକିତ୍ସାନୀ ଡାକ୍ତରଙ୍କ ସହ କରୋନା ରୋଗୀଙ୍କ ଏହି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

କୌଣସି କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ହେବା ପରେ ତାଙ୍କୁ ନାଚଗୀତରେ ଉତ୍ସାହିତ କରିବା ଘଟଣା ସମସ୍ତଙ୍କ ନଜରକୁ ଆସିଛି । ହେଲେ କରୋନା ୱାର୍ଡରେ ରୋଗୀଙ୍କ ନିକଟରେ ଢୋଲ ବଜାଇ ଡାକ୍ତରଙ୍କ ନାଚଗୀତ କେତେଦୂର ଗ୍ରହଣଯୋଗ୍ୟ ସେ ନେଇ ଉଠିଛି ଅସରନ୍ତି ପ୍ରଶ୍ନ ।

Leave A Reply

Your email address will not be published.