ଭୁବନେଶ୍ୱର: ରାଜ୍ୟରେ ଏକାଥରକେ ଏକାଧିକ କରୋନା ନମୂନା ପରୀକ୍ଷା କରାଯିବ । ଆଗାମୀ ଦିନରେ ହେବ ପୁଲ୍ କୋଭିଡ-୧୯ ଟେଷ୍ଟିଂ । କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ସେ କହିଛନ୍ତି, ଆଗାମୀ ଦିନରେ ଗୋଷ୍ଠୀଗତ ଭାବେ ବ୍ୟାପକ ଧରଣର ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାଛଡ଼ା ଏବେ ବୁର୍ଲା ମେଡିକାଲ୍ରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି।
ରାଜ୍ୟର ସବୁ ମେଡିକାଲ କଲେଜରେ କିପରି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି। ସେହିପରି ରାଜ୍ୟରେ ଘଊଜୠ ଢାଞ୍ଚାରେ ସ୍ୱାସ୍ଥ୍ୟ ବିପର୍ୟ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରସ୍ତାବ ରଖିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ବିପର୍ୟ୍ୟୟ ନେଇ ରାଜ୍ୟର ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ୍ଙ୍କୁ କିପରି ତାଲିମ ଦିଆଯିବ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରସ୍ତାବ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
BREAKING NEWS
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- CBSEର ନୂଆ ଅଧ୍ୟକ୍ଷ ପ୍ରଶାନ୍ତ ଲୋଖଣ୍ଡେ ସୀତାରାମ
- ଏସଟି, ଏସସି, ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ସିଟ୍ ସଂରକ୍ଷଣ
- କାଶିରା ଗ୍ରାମରେ ଜେଏସଡବ୍ଲୁ ଷ୍ଟିଲ୍ ପକ୍ଷରୁ ସଫେଇ ଅଭିଯାନ
- ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ
- ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ
- ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ
- ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ
- ଭାରତରେ ଶିଶୁ ମୃତ୍ୟୁ ହାରରେ ସୁଧାର, ଏବେବି ଏହି ରାଜ୍ୟ ସବୁଠାରୁ ଚିନ୍ତାଜନକ ସ୍ଥିତିରେ ରହିଛି
- CBSE ମାମଲାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ବିଦା କଲେ
Comments are closed.