Latest Odisha News

BREAKING NEWS

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି ।

ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ । ବାରମ୍ବାର ଲକ୍‌-ଡାଉନ୍ ନିୟମ ଭାଙ୍ଗି ଏହି ଉକ୍ତିକୁ ସତ ପ୍ରମାଣିତ କରୁଛନ୍ତି ଭାରତବାସୀ । କରୋନାକୁ ରୋକିବା ଲାଗି ସରକାର ଯେତେ କଡା ନିୟମ ଲାଗୁ କଲେ ବି ତାକୁ ବେଖାତିର କରୁଛନ୍ତି ।

ANI ରିପୋର୍ଟ ଅନୁଯାୟୀ ଗୁରୁବାର ଲକ୍‌-ଡାଉନ୍ ଭାଙ୍ଗି ବିନା କାରଣରେ ବୁଲୁଥିବା ଜନତାଙ୍କୁ ଧରି ରାସ୍ତା ଉପରେ ଯୋଗାସନ ଓ ବ୍ୟାୟାମ କରିବାକୁ କହିଥିଲା ପୁଣେ ପୋଲିସ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ପୋଲିସ ରିପୋର୍ଟ ଅନୁଯାୟୀ ସାରା ଭାରତରେ ସବୁଠୁ ଅଧିକ ଲକ୍‌-ଡାଉନ୍ ଉଲ୍ଲଙ୍ଘନ ମାମଲା ମହାରାଷ୍ଟ୍ରର ପୁଣେ ଅଂଚଳରୁ ସାମ୍ନାକୁ ଆସିଛି ।

Comments are closed.