କରୋନା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଶାର ଲକ୍ଷାଧିକ ଶ୍ରମିକ ଓ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି । କରୋନା ସହ ଲଢିବା ପାଇଁ ଏଣିକି ପ୍ରତି ପଂଚାୟତରେ ପଂଜୀକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟରାଜ୍ୟରୁ ଫେରୁଥିବା ଲୋକମାନେ ପଂଜୀକରଣ କରିବା ବାଧ୍ୟତାମୂଳକ । ଲୋକମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମଧ୍ୟ ପଂଜୀକରଣ କରିପାରିବେ । ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ପଂଚାୟତରେ ୧୪ ଦିନ ପାଇଁ କ୍ୱାରେଂଟିନରେ ରଖାଯିବ । ଏହି ସମୟରେ ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ବ୍ୟବସ୍ଥା ସରକାର କରିବେ । ୧୪ ଦିନ ପରେ ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ଦିଆଯିବ ।
ତେବେ ଏନେଇ ରାଜ୍ୟର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ପ୍ରଦାନ କରାଯାଇଛି । ତେବେ କୋଭିଡ୍-୧୯ ମୁକାବିଲା ନିୟମାନୁସାରେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି ।
BREAKING NEWS
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର

Comments are closed.