Latest Odisha News

BREAKING NEWS

ମଦ ବୋତଲ ସହ ସେଲଫି; ନିଲମ୍ବିତ ହେଲେ ୩ ରେଭେନ୍ୟୁ ଅଫିସର !

ମଧ୍ୟପ୍ରଦେଶ: ରାଇସେନ୍ ଜିଲ୍ଲାରେ ମଦ ବୋତଲ ଧରି ଫଟୋ ଉଠାଇବା ତିନିଜଣ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ମହଙ୍ଗା ପଡିଛି । ତିନି ଅଧିକାରୀ ମଦ ବୋତଲ ଧରି ଏକ ଫଟୋ ଉଠାଇ ପରେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ ।

ଏଏନଆଇ ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ୧୭ରେ ବରୈଲିର ଅଜୟ ଧାକଡ୍‌, ଧର୍ମନ୍ଦ୍ର ମେହେରା ଓ ଦୟାରାମ ଅରମା ନାମକ ତିନି ଜଣ ରାଜସ୍ୱ ବିଭାଗ ଅଧିକାରୀ ଦାମୀ ମଦ ସହ ସେଲଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସେମାନଙ୍କ ବିରୋଧରେ ଯାଂଚ ନିର୍ଦ୍ଦେଶ ଦିଆଯାଇଥିଲା ।

ତଦନ୍ତରେ ସେମାନଙ୍କ ଘରୁ ମଦ ବୋତଲ ଜବତ ହୋଇଥିଲା । ଜନତାଙ୍କ ଆଗରେ ପ୍ରଶାସନର ଛବି ବିଭ୍ରାନ୍ତିକର ଭାବେ ଦର୍ଶାଇବା ଅଭିଯୋଗରେ ତାଙ୍କୁ ଉପ-ମଣ୍ଡଳ ମାଜିଷ୍ଟ୍ରେଟ୍ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.