ବାଲେଶ୍ୱର: ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ ସମ୍ପର୍କରେ ଆଲୋଚନା କରିବା ସହ କଣ୍ଟାକ୍ଟ ଟ୍ରେସିଂ କିଭଳି ହେଉଛି ସେ ନେଇ ତଦାରଖ କରିଛନ୍ତି ଆର୍ଡିସି ।
ସ୍ଥିତି ସମୀକ୍ଷା ପରେ ଆର୍ଡିସି କହିଛନ୍ତି ଯେ, ଗତ ଦୁଇ ମାସରେ ପଡୋଶୀ ରାଜ୍ୟ ତଥା ପଶ୍ଚିମବଙ୍ଗରେ କାମ କରୁଥିବା ପ୍ରାୟ ୨୮ ଶହରୁ ଅଧିକ ଲୋକ ସୀମା ଡେଇଁ ବାଲେଶ୍ୱରକୁ ଆସିଛନ୍ତି ।
ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ୱାରା ଡାଟା ପ୍ରସ୍ତୁତ କରାଯାଇଛି। ସେ ସମସ୍ତ ଲୋକଙ୍କୁ ଖୋଜି କ୍ୱାରେଣ୍ଟାଇନରେ ରଖାଯିବା । ୧୪ ଦିନ ଭିତରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ସାମ୍ପଲ ଟେଷ୍ଟ କରାଯିବ ।
ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଆମ୍ବୁଲାନ୍ସରେ ମଧ୍ୟ ସୀମା ପାର୍ ହୋଇ ଆସିଛନ୍ତି । ସେମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ରେ ରଖାଯିବ । ସେହିପରି ବେଆଇନ ପରିବହନ କରିଥିବା ଆମ୍ବୁଲାନ୍ସ ପ୍ରତି ପୁଲିସ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରାଞ୍ଚଳ ଆର୍ଡିସି କହିଛନ୍ତି ।
BREAKING NEWS
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ
- ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ
- ସୁପରହୀରୋ ହେବେ ଅମୀର
- ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ
- ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ
- ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ ବିଜୟ
- ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

Comments are closed.