Latest Odisha News

BREAKING NEWS

ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ଘଟଣାରେ ପୂଜାପଣ୍ଡା ଅଟକ

ପୁରୀ: କରୋନା କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ବଡଚଣାର ଆଇଆଇସି ପ୍ରବେଶ ପ୍ରସଙ୍ଗରେ ଆଜି ସିଂହଦ୍ୱାର ପୋଲିସ ଜଣେ ପୂଜାପଣ୍ଡାଙ୍କୁ ଅଟକ ରଖିଛି । ମନ୍ଦିର ଭିତରେ ପୂଜାପଣ୍ଡା ଆଇଆଇସି ଦୀପକ ଜେନାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି ।

ଏଥି ସହ ଯାଜପୁର ପୋଲିସ ପକ୍ଷତ୍ରରୁ ବିଧିବଦ୍ଧ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତ ରବିବାର କରୋନା ସଂକ୍ରମଣ ଜନିତ କଟକଣା ସତ୍ତ୍ୱେ ବଡଚଣା ଆଇଆଇସି ସପରିବାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଫେରିଲା ବେଳେ ସିଂହଦ୍ୱାର ପୋଲିସ ତାଙ୍କୁ ଅଟକ ରଖିଥିଲା । ଏହି ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.