Latest Odisha News

BREAKING NEWS

ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୫ ମନ୍ତ୍ରୀ

ଭୋପାଲ: ଲକଡାଉନ ମଧ୍ୟରେ ଏବଂ ପ୍ରାୟ ଏକ ମାସ ପରେ ମଧ୍ୟପ୍ରଦେଶର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ଆଜି ମଧ୍ୟପ୍ରଦେଶର ୫ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ୫ ବିଧାୟକଙ୍କ ମଧ୍ୟରେ ସିନ୍ଧିଆଙ୍କ ୨ ସମର୍ଥକ ଅଛନ୍ତି ।

ତେବେ ଶପଥ ସମାରୋହରେ ସାମାଜିକ ଦୂରତା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା । ବିଧାୟକମାନେ ଶପଥ ଗ୍ରହଣ କରି ଦୂରରୁ ପରସ୍ପରକୁ ଅଭିବାଦନ କରୁଥିବା ଦେଖାଯାଇଥିଲା । ରାଜଭବନରେ ଆୟୋଜିତ ଏହି ଶପଥ ସମାରୋହ ପାଇଁ କୌଣସି ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇନଥିଲା।

ଆଜି ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ବିଜେପି ବିଧାୟକ ନରୋତ୍ତମ ମିଶ୍ର, କମଲ ପଟେଲ ଓ ମିନା ସିଂ । ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାମ୍ପରୁ ମନ୍ତ୍ରୀ ହୋଇଥିବା ଦୁଇଜଣ ବିଧାୟକ ହେଲେ ତୁଲସୀ ସିଲାଓ୍ୱତ ଓ ଗୋବିନ୍ଦ ସିଂ ରାଜପୁତ ।
ତୁଲସୀ ପୂର୍ବର କମଲନାଥ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଗୋବିନ୍ଦ ସିଂ ପରିବହନ ମନ୍ତ୍ରୀ ଥିଲେ ।

ଏହି ୫ ଜଣ ମନ୍ତ୍ରୀ ମଧ୍ୟପ୍ରଦେଶର ୫ଟି ପ୍ରମୁଖ ଅଞ୍ଚଳ ବୁନ୍ଦେଲଖଣ୍ଡ, କେନ୍ଦ୍ରୀୟ ମଧ୍ୟପ୍ରଦେଶ, ମାଲଓ୍ୱା-ଲିମାର,ମହାକୌଶଲ ଓ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ପ୍ରତିନିଧିତ୍ୱ କରୁଛନ୍ତି ।

Leave A Reply

Your email address will not be published.