Latest Odisha News

BREAKING NEWS

ଦୈନିକ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ୍ ଯୋଗାଇବାକୁ ପ୍ରସ୍ତାବ ଦେଲା ରେଳବାଇ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସଂକଟ ସମୟରେ ଭାରତୀୟ ରେଳବାଇ ସବୁ ରାଜ୍ୟଗୁଡିକୁ ୧୫ ଟଙ୍କା ମୂଲ୍ୟରେ ପ୍ରତିଦିନ ଅଢ଼େଇ ଲକ୍ଷ ଖାଦ୍ୟ ପ୍ୟାକେଟ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି ।

ଯେଉଁ ସବୁ ଜିଲ୍ଲାରେ ଲକ୍ ଡାଉନ୍ ଯୋଗୁଁ ଅଭାବୀ ଲୋକଙ୍କୁ ବଣ୍ଟନ ପାଇଁ ପ୍ରସ୍ତୁତ ଖାଦ୍ୟ ନେବାକୁ ପ୍ରଶାସନ ପ୍ରସ୍ତୁତ ଅଛି ସେହି ସବୁ ଜିଲ୍ଲାରେ ଦିଆଯିବ ଖାଦ୍ୟ ପ୍ୟାକେଟ୍ । ଏନେଇ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏ ବାବଦରେ ଦେଶର ବିଭିନ୍ନ ଜିଲ୍ଲାର ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ରାଜ୍ୟମାନଙ୍କୁ ରୋଷେଇର ସବିଶେଷ ତଥ୍ୟ ଦିଆଯାଇଛି ।

ପ୍ରତିଦିନ ୨.୬ ଲକ୍ଷ ଖାଦ୍ୟ ପ୍ୟାକେଟ୍ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକର ରୋଷେଇଘର କ୍ଷମତାକୁ ବିଚାର କରି କରାଯାଇଛି । ଆବଶ୍ୟକ ସମୟରେ ଯୋଗାଣ ବୃଦ୍ଧି ପାଇଁ ଅଧିକ ରୋଷେଇ ଘରର ବ୍ୟବହାର କରାଯିବ । ଖାଦ୍ୟର ଅତିରିକ୍ତ ଚାହିଦା ରାଜ୍ୟକୁ ପୂରଣ କରିବାକୁ ପଡିବ ବୋଲି ରେଳ ଅଧିକାରୀ କହିଛନ୍ତି ।

Comments are closed.