Latest Odisha News

ଆକ୍ରମଣ ପଛରେ କଂଗ୍ରେସର ହାତ ରହିଛି: ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ହୋଇଥିବା ଆକ୍ରମଣ ଲାଗି ସେ କଂଗ୍ରେସକୁ ଦାୟୀ କରିଛନ୍ତି।

ଗୋସ୍ୱାମୀ ଏହା ପୂର୍ବରୁ ପାଲଘର ହତ୍ୟାକାଣ୍ଡ ଉପରେ ନୀରବ ରହିଥିବାରୁ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।

ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ନେଇ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

ଗଣମାଧ୍ୟମକୁ ସୂଚନା ଦେଇ ମୁମ୍ବାଇ ଜୋନ୍ ୩ର ଡିସିପି କହିଛନ୍ତି ଯେ ଏହି ଆକ୍ରମଣ ନେଇ ଧାରା ୩୪୧ ଏବଂ ୫୦୪ ଅନୁଯାୟୀ ଏନଏମ ଜୋସି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଆହୁରି ମଧ୍ୟ ଅର୍ଣ୍ଣବ ତାଙ୍କର ୫ ମିନିଟର ଏକ ଭିଡିଓ ବାର୍ତ୍ତାରେ ଭଦ୍ରା ପରିବାରକୁ ଟାର୍ଗେଟ କରିଥିଲେ ଏବଂ ଉକ୍ତ ଆକ୍ରମଣକାରୀମାନେ ଯୁବ କଂଗ୍ରେସ କର୍ମୀ ବୋଲି ତାଙ୍କ ସୁରକ୍ଷାକର୍ମୀ ନିଶ୍ଚିତ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.