Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ; ଅଣ-ରାସନ କାର୍ଡଧାରୀଙ୍କୁ ମିଳିବ କିରୋସିନ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ପରିପ୍ରେକ୍ଷୀରେ ଘରୋଇ ବ୍ୟବହାର ପାଇଁ ଅଣ-ରାସନ କାର୍ଡଧାରୀଙ୍କୁ କିରୋସିନ ତେଲ ବଣ୍ଟନ ଲାଗି ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସୂଚନା ଅନୁଯାୟୀ ଅଣ-ରାସନ କାର୍ଡଧାରୀଙ୍କୁ ପରିବାର ପିଛା ୨ ଲିଟର କିରୋସିନ ଯୋଗାଇ ଦିଆଯିବ।

ଅଣ-ରାସନ କାର୍ଡ ହିତାଧିକାରୀଙ୍କୁ କିରୋସିନ ବଣ୍ଟନ ସମ୍ବନ୍ଧୀୟ ବିସ୍ତୃତ ରିପୋର୍ଟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି।

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟରେ ୧୭ ଲକ୍ଷରୁ ଅଧିକ ଅଣ-ରାସନ କାର୍ଡଧାରୀ ପରିବାର ଉପକୃତ ହେବେ ବୋଲି ସୂଚନା ମିଳିଛି।

Comments are closed.