Latest Odisha News

BREAKING NEWS

ନକଲି ଆଇପିଏସ୍ ଅଫିସରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ ହୋଇଥିଲା । ନିଜକୁ ଜଣେ ଆଇପିଏସ୍ ଅଫିସର କହି ସେ ଏହି ଚାପ ପକାଉଥିଲେ ।ସନ୍ଦେହ ହେବାରୁ ଏ ନେଇ ତନାଘନା ହୋଇଥିଲା । ଏଥିରୁ ସବୁ କଥା ସ୍ପଷ୍ଟ ହୋଇଥିଲା ।
ଗିରଫ ନକଲି ଆଇପିଏସ ଅଫିସର ଜଣଙ୍କ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ରୁମ୍ ମେଟ୍ ବୋଲି ଜଣାପଡିଛି ।

BjdElectrycity
Leave A Reply

Your email address will not be published.