Latest Odisha News

BREAKING NEWS

ଲକଡାଉନ ସମୟରେ ଖୋଲା ହୋଇପାରିବ ନାହିଁ ମଦ ଦୋକାନ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।

ଲକଡାଉନ ସମୟରେ ସରକାର ଅନ୍ୟ ଦ୍ରବ୍ୟ ମଧ୍ୟରେ ମଦ, ତମାଖୁ ଏବଂ ଗୁଟୁଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିର୍ଦ୍ଦେଶାବଳୀ ସତ୍ତ୍ୱେ କେନ୍ଦ୍ର ସରକାରଙ୍କୁ ପଞ୍ଜାବ ସରକାରଙ୍କ ତରଫରୁ ଏପରି ଅନୁରୋଧ କରାଯାଇଥିଲା। ଯାହାକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି

ଆସାମ ଏବଂ ମେଘାଳୟରେ ମଦ ଦୋକାନଗୁଡିକ ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଦ୍ବିତୀୟ ପର୍ଯ୍ୟାୟଲକଡାଉନ ସମୟରେ ଏହାକୁ ବନ୍ଦ ରଖାଯାଇଛି ।

Comments are closed.