ଭୁବନେଶ୍ୱର: ଓଡ଼ିଶା ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ହେଉ ଯିଏ ମଧ୍ୟ ଓଡ଼ିଶା ଫେରିବେ ତାଙ୍କୁ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ପୋର୍ଟାଲରେ ମୋବାଇଲ ଦ୍ୱାରା ମଧ୍ୟ ନାମ ପଞ୍ଜୀକରଣ କରାଯାଇ ପାରିବ । ତେବେ ଏହି ପଂଜୀକରଣ ପାଇଁ ଆଧାର ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ ।
ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜୀକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।
ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ବାହାରୁ ଆସିବାକୁ ଥିବା ପ୍ରାୟ ୫ ଲକ୍ଷ ଓଡିଆଙ୍କ ପାଇଁ ସରକାର ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି। ତେବେ ଯେଉଁମାନେ ଓଡ଼ିଶା ଫେରିବେ ସେମାନେ ପ୍ରଥମ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ତା’ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସୁସ୍ଥ ଥିଲେ ଘରକୁ ଯାଇପାରିବେ ।
କିଭଳି କରିବେ ପଞ୍ଜୀକରଣ:
ପଞ୍ଜୀକରଣ ପାଇଁ ମୋବାଇଲ ଓ ଆଧାର ନମ୍ବର ଜରୁରୀ । ବାହାରେ ରହୁଥିବା ବ୍ୟକ୍ତି ନାମ ପଂଜିକରଣ ବେଳେ ନିଜ ମୋବାଇଲ ନମ୍ବର ଓ ଆଧାର ନମ୍ବର ଦେବା ବାଧ୍ୟତାମୁଳକ । covid19.odisha.gov.in ପୋର୍ଟାଲକୁ ଯାଆନ୍ତୁ । ସେଠାରେ ଫିଲଅଫ୍ ରେଜିଷ୍ଟ୍ରେସନ୍ ରେ କ୍ଲିକ୍ କରନ୍ତୁ । ଏହାପରେ ନିଜ ବିସ୍ତୃତ ବିବରଣୀ ଦିଅନ୍ତୁ । କେଉଁଠୁ ଓଡ଼ିଶାକୁ ଫେରିବେ ସେ ଅଂଚଳ ବାବଦରେ ଆପଣଙ୍କୁ ତଥ୍ୟ ଦେବାକୁ ପଡିବ । ଫର୍ମକୁ ଆପଣ ନିଜେ ପୁରଣ କରିପାରିବେ କିମ୍ବା ଆପଣଙ୍କ ପାଇଁ ଅନ୍ୟ କେହି ଏହାକୁ ପୁରଣ କରିପାରିବେ । ଆପଣଙ୍କ ସଂପର୍କୀୟ ମଧ୍ୟ ଆପଣଙ୍କ ପାଇଁ ଫର୍ମ ପୁରଣ କରିପାରିବେ । କିମ୍ବା ଆପଣଙ୍କ ପରିବାର ଲୋକ ଚାହିଁଲେ ଫର୍ମ ପୁରଣ କରି ଗ୍ରାମପଂଚାୟତର ନୋଡାଲ ଅଫିସରଙ୍କୁ ଦେଇପାରିବେ । ନୋଡାଲ ଅଫିସର ଆପଣଙ୍କ ପଂଜୀକରଣ କରିବେ ।
BREAKING NEWS
- Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ନେବ
- ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି
- ଓଡିଶାବାସୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’
- ଡିସେମ୍ବର ୧୯ରେ ସମ୍ବଲପୁର ବନ୍ଦ ଡାକରା, ଜାଣନ୍ତୁ କାହିଁକି…
- ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ
- ଓଡ଼ିଶାରେ ଆୟୋଜିତ ହେବ ଏଫ୍ଆଇଭିବି ବିଚ୍ ଭଲିବଲ୍ ଏଫ୍ଆଇଭିବି
- ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି: ବୈଜୟନ୍ତ ପଣ୍ଡାଙ୍କୁ ପୁଣି ମିଳିଲା ଆସାମ ଦାୟିତ୍ବ
- Bargarh MLA: ନବୀନଙ୍କ ପରେ ବର୍ଦ୍ଧିତ ବେତନ ଦାନ କରିବେ ଏହି ବିଧାୟକ….
- ମାଲକାନଗିରିରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା
- ଚୀନ ସରକାରଙ୍କ ନୂଆ ଯୋଜନା, ପିଲା ଜନ୍ମର ସବୁ ଖର୍ଚ୍ଚ ବହନ କରିବେ ସରକାର
Comments are closed.