Latest Odisha News

BREAKING NEWS

କରୋନା ମହାମାରୀ ସମୟରେ ସମର୍ପିତ ଓଡ଼ିଶାର ରକ୍ତଦାନ ଶିବିର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଆଜି ପଳାଶୁଣି ଦୁର୍ଗାପୂଜା ମଣ୍ଡପରେ ଅମୃତ ସଂଜୀବନି କାର୍ଯ୍ୟକ୍ରମ ଅନ୍ତର୍ଗତଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ସରକାରଙ୍କର ସାମାଜିକ ଦୂରତ୍ୱ ନିୟମକୁ ମାନି ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିଥିଲେ।

କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।

ସମର୍ପିତର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ, ସାର୍ଥକ କୁମାର ପରିଡା, ରାଜେଶ ପରିଡା,ଗଣ ମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ ସଦସ୍ୟ ବିଶ୍ୱଜିତ ଲେଙ୍କା,ସର୍ବେଶ୍ୱର ସାହୁ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

କରୋନା ମହାମାରୀ ସମୟରେ ଏହା ସମର୍ପିତ ପକ୍ଷରୁ ଆୟୋଜିତ ଦ୍ଵିତୀୟ ରକ୍ତଦାନ ଶିବିର।ଆଗାମୀ ଦିନରେ ମଧ୍ୟ ଏହିପରି ଶିବିର ଆୟୋଜନ କରାଯିବ ବୋଲି ସମର୍ପିତର ପ୍ରତିଷ୍ଠାତା ସଦାଶିବ ଜେନା କହିଛନ୍ତି।

Comments are closed.