Latest Odisha News

BREAKING NEWS

ଯାଜପୁରରେ ସଟ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ଜାରିହୋଇଛି ୬୦ ଘଣ୍ଟିଆ ସଟ୍ ଡାଉନ୍ ।

ଜିଲାରେ ସଟ୍‌ଡାଉନ୍ କଟକଣାକୁ କଡାକଡି ଭାବରେ ଲାଗୁ କରାଯାଉଥିବାବେଳେ ଶୁକ୍ରବାର ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହି କ୍ରମରେ ସେ ଜିଲ୍ଲାର ବିରାଜପୁର, ଅକରପଡା, ପଣସା ଆଦି କଣ୍ଟେଣ୍ଟମେଣ୍ଟ ଅଂଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ । କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ମଧ୍ୟ ଏହି ଗସ୍ତରେ ସାମିଲ୍ ହୋଇଥିଲେ ।

ଏଥିସହିତ ଜିଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍ କିଭଳି ସଫଳ ହେବ ସେଥିନେଇ ଉଭୟ ଯାଜପୁର ଏସ୍‌ପି ଚରଣ ସିଂ ମିନାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.