Latest Odisha News

BREAKING NEWS

ନାବାଳକଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ଉଠାଇଲା ସାଉଦି ଆରବ

ରିୟାଦ:ସାଉଦି ଆରବ ରାଜା ସଲମାନ ସୋମବାର ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଅନୁସାରେ ଆଗକୁ ସାଉଦି ଆରବରେ କୌଣସି ନାବାଳକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯିବ ନାହିଁ । ପୂର୍ବରୁ ସର୍ବସମ୍ମୁଖରେ ବେତ ପ୍ରହାର ଦଣ୍ଡକୁ ମଧ୍ୟ ସେ ଉଠାଇ ଦେଇଥିଲେ ।

ରିପୋର୍ଟ ମୁତାବକ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଇସଲାମାର କେତେକ କାନୁନ ଉଠାଇବା ପାଇଁ ପ୍ରିନ୍ସ ସଲମାନଙ୍କକୁ ଅନୁରୋଧ କରିଛନ୍ତି । ନୂତନ ନିୟମ ଲାଗୁ ହେବା ଫଳରେ ୬ଜଣ ନାବାଳକଙ୍କ ମୃତ୍ୟୁଦଣ୍ଡାଦେଶ କୋହଳ ହେବା ନିଶ୍ଚିତ ହୋଇଛି । ତେବେ ଆତଙ୍କବାଦୀ ଗତିବିଧି ଉପରେ ଅଲଗା ଶୁଣାଣି କରାଯିବ ।

Comments are closed.