Latest Odisha News

କିମ ଜୋଙ୍ଗଙ୍କ ଉପରୁ ରହସ୍ୟର ପର୍ଦ୍ଦା ଉଠୁନାହିଁ, ଦକ୍ଷିଣ କୋରିଆ କହିଲା ସୁସ୍ଥ ଅଛନ୍ତି

ସିଓଲ: ଉତରକୋରିଆର ବିବାଦୀୟ ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ (୩୬)ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ରହସ୍ୟର ପର୍ଦ୍ଦା ଏ ପର୍ଯ୍ୟନ୍ତ ଉଠି ନାହିଁ । କେତେକ ସେ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ଅନ୍ୟମାନେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଉତରକୋରିଆର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ ଇନ କିନ୍ତୁ ସମସ୍ତ ଅଟକଳକୁ ଖଣ୍ଡନ କରିବା ସହ କିମ୍ ସୁସ୍ଥ ଅଛନ୍ତି ବୋଲିି କହିଛନ୍ତି । ସିଏନଏନକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି ।

୧୨ ଏପ୍ରିଲରେ ତାଙ୍କର ହାର୍ଟ ଅପେରେଶନ ହୋଇଥିଲା । ଏହା ପରଠାରୁ କିମ୍ ବୋନସାନ ସହରରେ ରହୁଛନ୍ତି । ଶନିବାର ହଂକଂର ଏକ ଚ୍ୟାନେଲରେ କିମ ଜୋଙ୍ଗଙ୍କ ମୃତ୍ୟୁ ହୋଇଯାଇଥିବା କୁହା ଯାଇଥିଲା । ବିଭିନ୍ନ ଗଣ ମାଧ୍ୟମରେ ଏ ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ସମ୍ପୂର୍ଣ୍ଣ ତଥ୍ୟ କାହା ପାଖରେ ନାହିଁ । ୧୫ ଏପ୍ରିଲରେ କିମ ଜୋଙ୍ଗ ତାଙ୍କ ଜେଜେ ବାପା ବାର୍ଷିକୀରେ ଯୋଗ ନ ଦେବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା ।

Leave A Reply

Your email address will not be published.