Latest Odisha News

BREAKING NEWS

ଭୁବନେଶ୍ୱରରେ ବଦଳି ପାରେ ଅଣ-ଆବଶ୍ୟକୀୟ ଦୋକାନ ଖୋଲିବା ସମୟ

କରୋନା ପ୍ରଭାବିତ ଭୁବନେଶ୍ୱର ଅଣ-ଅତ୍ୟାବଶ୍ୟକ ଦୋକାନ ପାଇଁ ନୂତନ ସମୟ ପାଇପାରେ

ଭୁବନେଶ୍ୱର: ମେ ୩ ପରେ ମଧ୍ୟ ଲକଡାଉନ ଅବଧି ବଢିବାକୁ ଥିବା ଓଡ଼ିଶା ସରକାର ଏକ ପ୍ରକାର ସୂଚାଇ ଦେଇଥିବା ବେଳେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ କିପରି ଲୋକଙ୍କ ପ୍ରକୃତ ଆବଶ୍ୟକତା ଓ କରୋନା ଲଢେଇ ମଧ୍ୟରେ ତାଳମେଳ ରଖିବ ସେନେଇ ଚିନ୍ତା କରୁଛି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହୋଲସେଲ ଏବଂ ଖୁଚୁରା ଦୋକାନ ଗୁଡିକୁ ଖୋଲିବା ପାଇଁ ବିଏମସି ଅଲଗା ସମୟ ସ୍ଥିର କରିବାକୁ ଯୋଜନା କରୁଛି। ପୂର୍ବରୁ ସକାଳ ୫ ଟା ରୁ ଟା ଯାଏଁ ଏହି ଦୋକାନ ସବୁ ଖୋଲା ରହୁଥିବା ବେଳେ, ବର୍ତ୍ତମାନ ଏହି ସମୟ ପରିବର୍ତ୍ତନ ହୋଇ ଦୋକାନ ଗୁଡିକ ଦିନ ୧୦ ଟା ରୁ ୫ ମଧ୍ୟରେ ଖୋଲାଯାଇପାରେ।

ଏକ ବିଲଡିଂ କିମ୍ବା କମ୍ପ୍ଲେକ୍ସରେ ପାଞ୍ଚଟି ଆଉଟଲେଟ୍ ଖୋଲିବାକୁ ଅନୁମତି ଦିଆଯାଇ ନପାରେ ବୋଲି ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ ବିଏମସି ଦୋକାନଗୁଡ଼ିକୁ ବିକଳ୍ପ ଦିନରେ ଖୋଲିବାକୁ ଅନୁମତି ଦେବାକୁ ମଧ୍ୟ ବିଚାର କରୁଛି।

ଯଥାଶୀଘ୍ର ଏହି ନୂତନ ନିୟମ ଗୁଡିକ ସୂଚାଇ ଦିଆଯିବ, ଯାହା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଗୁଡିକରେ ପ୍ରଯୁଜ୍ୟ ହେବ ।

Comments are closed.