Latest Odisha News

BREAKING NEWS

୧୧୯୦ ଓଡ଼ିଆ ଶ୍ରମିକଙ୍କୁ ନେଇ ବେଙ୍ଗାଲୁରୁ ଛାଡ଼ିଲା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର: ୧,୧୯୦ ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ‘ଶ୍ରମିକ’ ସ୍ୱତନ୍ତ୍ର ଟ୍ରେନ୍ ମଙ୍ଗଳବାର ସକାଳ ପ୍ରାୟ ୯:୨୬ରେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି।

ଏହାପୂର୍ବରୁ କର୍ଣ୍ଣାଟକ ସରକାର ପ୍ରବାସୀ ଶ୍ରମିକମାନଙ୍କୁ କ ରିଲିଫ କ୍ୟାମ୍ପରୁ ରେଳ ଷ୍ଟେସନ ଆଣିବା ଲାଗି ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରିଥିଲେ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଶନିବାର ଦିନ କର୍ଣ୍ଣାଟକ ସରକାର ତଥା ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ସହ ଆଲୋଚନା କରିବାର ଗୋଟିଏ ଦିନ ପରେ ଦକ୍ଷିଣ ରାଜ୍ୟରୁ ଏଭଳି ପ୍ରଥମ ଟ୍ରେନ୍ ଯାତ୍ରା କରିଛି।

Comments are closed.