Latest Odisha News

BREAKING NEWS

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି ।

ତେବେ ଗଞ୍ଜାମର ବେଗୁନିଆପଡା ଅଂଚଳର ଆଦର୍ଶ ବିଦ୍ୟାଳୟ ଓ ଜନତା ହାଇସ୍କୁଲ୍‌ରେ ହୋଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଶତାଧିକ ସୁରତ ଫେରନ୍ତା ବ୍ୟକ୍ତି ଚମ୍ପଟ ମାରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଶନିବାର ସୁରତରୁ ବସ୍ ଯୋଗେ ଫେରିଥିବା ଏହି ଶ୍ରମିକ ମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଥିଲା ।

ତେବେ ଏଠାରେ ଗୋଟିଏ ରାତି ରହିବା ପରେ ସକାଳୁ ଖାଦ୍ୟ ଓ ପାଣି ଦିଆଯାଇନଥିବା ଅଭିଯୋଗ କରି କ୍ୱାରେଣ୍ଟାଇନ୍‌ରେ ଥିବା ୧୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି କେନ୍ଦ୍ର ଛାଡି ପଳାଇଥିବା କୁହାଯାଉଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ସବିଶେଷ ସୂଚନା ଦିଆଯାଇନାହିଁ ।

ସୂଚନାଯୋଗ୍ୟ ଯେ ସୁରତରୁ ଫେରିଥିବା ଗଞ୍ଜାମର ଦୁଇଜଣ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯିବା ନିଶ୍ଚିତ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.