Latest Odisha News

BREAKING NEWS

କ୍ବାରେନଣ୍ଟାଇନ ନିୟମ ମାନିବାକୁ ପ୍ରବାସୀ ଶ୍ରମିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଫେରିଥିବା ପ୍ରବାସୀ ଶ୍ରମିକମାନେ କ୍ବାରେନଣ୍ଟାଇନ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସଙ୍ଗରୋଧ ନିୟମ କଡାକଡି ପାଳନ କରିବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିବେଦନ କରିଛନ୍ତି।

ଆହୁରି ମଧ୍ୟ ସାମାନ୍ୟ ଅସାବଧାନତା ସମାଜକୁ ବିପଦରେ ପକାଇବ ଏବଂ ଏହାଦ୍ଵାରା ସେମାନଙ୍କର ପରିବାର ବର୍ଗ ମଧ୍ୟ ବିପଦରେ ପଡିପାରନ୍ତି ବୋଲି ସେ ଓଡ଼ିଶା ଫେରନ୍ତାଙ୍କୁ କହିଛନ୍ତି।

“ଏପରିକି କ୍ବାରେନଣ୍ଟାଇନ ନିୟମର ଉଲ୍ଲଂଘନ ସମ୍ପର୍କରେ ସରକାରଙ୍କୁ ଜଣାଇବା ଲାଗି ସରପଞ୍ଚମାନଙ୍କୁ କୁହାଯାଇଛି। ସେମାନଙ୍କ ରିପୋର୍ଟ ଆଧାରରେ ସରକାର ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି”।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ମୁକାବିଲା ସ୍ଥିତି ବହୁତ ଭଲ ରହିଛି। ଏହାଛଡା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସରକାରୀ କର୍ମଚାରୀ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଦିନରାତି ସବୁବେଳେ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ତେଣୁକରି ଯେଉଁ ପ୍ରବାସୀ ମାନେ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନେ ମଧ୍ୟ ଏହି ମିଶନକୁ ସଫଳ କରିବା ଲାଗି ଦାୟିତ୍ଵ ଗ୍ରହଣ କରିବା ଉଚିତ ଏବଂ ସରକାରଙ୍କୁ ସହଯୋଗ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି।

Leave A Reply

Your email address will not be published.