Latest Odisha News

ଉଗ୍ର ହେଲା କରୋନା: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା । ଏହା ଦେଶରେ ଗୁରୁତର ଆକାର ଧାରଣ କଲାଣି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୪ ଘଂଟାରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୧୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଫଳରେ ଭାରତର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି ।

ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢିବା ସମ୍ପର୍କରେ ସେ କହିଛନ୍ତି ଯେ କେତେକ ରାଜ୍ୟ ପୂର୍ବରୁ ଠିକ ସମୟର ତଥ୍ୟ ଦେଉନଥିଲେ । ଏବେ ସେମାନେ ତଥ୍ୟ ଦେବା ପରେ ସଂଖ୍ୟା ବଢିଯାଇଛି । ଅନ୍ୟପକ୍ଷରେ ଅଣ-କରୋନା ରୋଗୀମାନେ ଯେପରି ଡାକ୍ତରଖାନାରେ ଠିକଭାବେ ଚିକିତ୍ସିତ ହୋଇପାରିବେ ତାହାକୁ ନିଶ୍ଚିତ କରାଯାଉଛି । ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଯେପରି ବିନା ପ୍ରତିବନ୍ଧକରେ ଚାଲିବ ତାହା ରାଜ୍ୟମାନେ ନିଶ୍ଚିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

Comments are closed.