ନୂଆଦିଲ୍ଲୀ: ଚଳିତବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । କରୋନା ଭାଇରସ ସଂକ୍ରମଣ କାରଣରୁ ଆଶାୟୀ ପ୍ରାର୍ଥୀମାନେ ଇ-ମେଲ ମାଧ୍ୟମରେ ଆବେଦନ କରିପାରିବେ ।
ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସମେତ ବିଭିନ୍ନ ବର୍ଗର ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଛି । ଏହି ଆବେଦନ ପ୍ରକିୟା ଏପ୍ରିଲ୍ରେ ଆରମ୍ଭ ହୋଇଥାଏ । ତେବେ ଲକ୍ଡାଉନ୍ କାରଣରୁ ଏହାକୁ ମେ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ମେ ୧୭ ତାରିଖରେ ଲକ୍ଡାଉନ୍ ଶେଷ ହେବ । ଜୁନ୍ ୩ ତାରିଖ ପରେ ଦାଖଲ ହୋଇଥିବା ଆବେଦନ ପତ୍ରକୁ ବିଚାରକୁ ନିଆଯିବ ନାହିଁ । ଆଥଲେଟ୍ମାନେ ଅର୍ଜୁନ ପୁରସ୍କାର, ଖେଳ ରତ୍ନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ସେହିପରି କୋଚ୍ମାନଙ୍କୁ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ।
Comments are closed.