Latest Odisha News

BREAKING NEWS

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡିଶା ଆସିବାକୁ ଥିବା ଟ୍ରେନ ଗୁଡିକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁରତରୁ ଓଡ଼ିଶା ଆସିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି ଓଡିଶା ସରକାର । ଏନେଇ ସୁରତ ଜିଲ୍ଲାପାଳ ଧବଲ କୁମାର ପଟେଲ ସୂଚନା ଦେଇଛନ୍ତି ।

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାକୁ ପ୍ରବଶେ ପୂର୍ବରୁ ସମସ୍ତ ପ୍ରବାସୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବ । ରିପୋର୍ଟ ନେଗେଟିଭ ଆସିଲେ ପ୍ରବାସୀଙ୍କୁ ପ୍ରବେଶ ଅନୁମତି ମିଳିବ । ଆଉ ଯାହାର ପଜିଟିଭ ଆସୁଛି, ସମ୍ପୃକ୍ତ ଶ୍ରମିକ ରହୁଥିବା ରାଜ୍ୟର ରାଜ୍ୟ ସରକାର ସେମାନଙ୍କ ସେଠାରେ ହିଁ ଚିକିତ୍ସା କରିବା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ସୁରତ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବଢୁଛି ଯାହା ରାଜ୍ୟ ପାଇଁ ଏକ ଚିନ୍ତାର ବିଷୟ । ଗତକାଲି ସୁରତରୁ ବାହାରିଥିବା ୩ ଟି ଟ୍ରେନ ମଧ୍ୟରୁ ଗୋରିଏ ଟ୍ରେନ ଏପର୍ଯ୍ୟନ୍ତ ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି । ଏହି ୩ ଟ୍ରେନକୁ ଛାଡି ଆଉ କୌଣସି ଟ୍ରେନ ସୁରତରୁ ଆସୁନଥିବା ସୁରତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments are closed.