Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପ୍‌ କହିଲେ, “ବିନା ଭାକ୍ସିନରେ ଚାଲିଯିବ କରୋନା ଭୂତାଣୁ” !

ୱାଶିଂଟନ୍ ଡିିସି: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଛନ୍ତି ଯେ, ବିନା ଭାକ୍ସିନରେ ମାରାତ୍ମକ କରୋନା ମହାମାରୀ ଚାଲିଯିବ ଏଥିସହିତ ୯୫,୦୦୦ରୁ ଅଧିକ ବ୍ୟକ୍ତି ଦେଶରେ ପ୍ରାଣ ହରାଇବେ ।

“ଏହା ଏବେ ଦୂରେଇ ଯାଉଛି । ଇତିମଧ୍ୟରେ ଆମେ ଆଶା କରୁଛୁ, ପୁନର୍ବାର ଏହା ଆଉ ଦେଖିବାକୁ ମିଳିବ ନାହିଁ ।” ଆମେରିକୀୟ ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ଦିନ ଏହିପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ: ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ କୋଭିଡ-୧୯ ପଜିଟିଭ ଚିହ୍ନଟ

କରୋନା ରୋଗରେ ଆକ୍ରାନ୍ତ ହୋଇ ଏବେ ଆମେରିକାରେ ୭୭,୦୦୦ ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଛି ।

ଇତିମଧ୍ୟରେ ହ୍ୱାଇଟ୍‌ହାଉସରେ କିଛି ଷ୍ଟାଫ୍ ମଧ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତି ନିକଟତମ ବ୍ୟକ୍ତି ବିଶେଷ । ରାଷ୍ଟ୍ରପତିଙ୍କ ନିକଟତମ ଅଧିକାରୀଙ୍କ ସମେତ ଝିଅ ଇଭାଙ୍କାଙ୍କ ପର୍ସନାଲ୍ ସେକ୍ରେଟାରୀ ଏବଂ ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ପ୍ରେସ୍ ସେକ୍ରେଟାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଆମେରିକାରେ ଏବେ ଅର୍ଥନୀତି ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେବାରେ ଲାଗିଛି । କେବଳ ଏପ୍ରିଲ୍ ମାସରେ ଦେଶରେ ପ୍ରାୟ ୨୦ ମିଲିୟନ ନାଗରିକ ଚାକିରି ହରାଇଛନ୍ତି । ବେକାରୀ ୧୪.୭ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଫେବୃଆରୀରେ ୩.୫ ପ୍ରତିଶତ ବୃଦ୍ଧି ପାଇବା ଦେଶ ଲାଗି ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.