Latest Odisha News

BREAKING NEWS

ରେଲୱେ ଟ୍ରାକରେ ନ’ଚାଲିବାକୁ ପୂର୍ବତଟ ରେଳପଥର ଅନୁରୋଧ

ଭୁବନେଶ୍ୱର: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ୍ କରାଯାଇଛି କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବାକୁ ନିରବଚ୍ଛିନ୍ନ ଭାବେ ସମସ୍ତ ରେଳ ଟ୍ରାକ୍ ଉପରେ ମାଲବାହୀ ଓ ପାର୍ସଲ୍ ଟ୍ରେନ୍ ଗୁଡ଼ିକ ଚଳାଚଳ କରୁଛି ।

ତେଣୁ ରେଳ ଟ୍ରାକ୍ କିମ୍ବା ରେଳ ଧାରଣା ଉପରେ ଚାଲିବା ଅତ୍ୟନ୍ତ ଭୟଙ୍କର ଏବଂ ଏହା ସମ୍ପୂର୍ଣ୍ଣ ନିଷେଧ । ଜନ ସାଧାରଣଙ୍କୁ ରେଳ ଟ୍ରାକ୍ ଓ ଧାରଣା ଉପରେ ଚାଲିବା ପରିବର୍ତ୍ତେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ଓ ପ୍ରହରୀଥିବା ଲେଭଲ୍ କ୍ରସିଂ ଫାଟକ ଦେଇ ଯାତାୟାତ କରିବାକୁ ପୂର୍ବ ତଟ ରେଳପଥ ବିଭିନ୍ନ ସମୟରେ ଜନ ସାଧାରଣଙ୍କୁ ସଚେତନ ଓ ଶିକ୍ଷିତ କରିଆସୁଛି ।

ଯଦି ଏହିଭଳି କେହି ଅନୁପ୍ରବେଶକାରୀଙ୍କୁ ଦେଖନ୍ତି ତେବେ ଯଥାଶିଘ୍ର ବାଧାଦେବା ସହ ରିପୋର୍ଟ କରିବାକୁ ଟ୍ରାକ୍‌ମ୍ୟାନ, ପୋଲ ମରାମତି କର୍ମଚାରୀ, ଷ୍ଟେସନ ମାଷ୍ଟର, ଓଭର ହେଡ୍‌, ବିଦ୍ୟୁତ କର୍ମଚାରୀ, ରେଳ ସୁରକ୍ଷାବଳ କର୍ମଚାରୀ ଏବଂ ଅନ୍ୟ ରେଳ କର୍ମଚାରୀମାନଙ୍କୁ ସତର୍କ କରାଯାଇଛି ।

ଏହି ଅଭ୍ୟାସ ରେଳ ନିୟମ ଅଧିନିୟମ ଧାରା ୧୪୭ ଅନୁଯାୟୀ ଦଣ୍ଡନୀୟ ଅପରାଧ । ରେଲୱେ ନିୟମ ଅନୁସାରେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 

 

Leave A Reply

Your email address will not be published.