Latest Odisha News

BREAKING NEWS

ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ: ପଦ୍ମନାଭ ବେହେରା

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ ଓଡ଼ିଆ । ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବସରେ ଆସିବା ପାଇଁ ବ୍ୟବସ୍ଥା ନାହିଁ। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଆସି ପାରିବେ।ଏକାଥରକେ ଲକ୍ଷ ଲକ୍ଷ ଲୋକ ଆସିବା ସମ୍ଭବ ନୁହେଁ । ତେଣୁ ଧୀରେ ଧୀରେ ଲୋକେ ନିଶ୍ଚିତ ଆସିବେ ।

ସବୁ ବ୍ୟବସ୍ଥା ମଧ୍ୟ କରାଯାଉଛି। ଯେଉଁ ପ୍ରକ୍ରିୟାରେ ଲୋକ ଆସୁଛନ୍ତି ସେହି ପ୍ରକ୍ରିୟାରେ ଲୋକମାନେ ଆସିବେ। ଏଥିରେ କୌଣସି ରାଜନୀତି ନାହିଁ। ଯେଉଁମାନେ ଏମିତି କହୁଛନ୍ତି ସେମାନେ ରାଜନୀତି କରିବା ପାଇଁ ଏମିତି କହୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.