Latest Odisha News

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି ।

ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ ଉଲ୍ଲେଖ କରି ଏହି ଫୋନ ନମ୍ବର ୦୧୧-୨୩୨୩୬୩୭୪ କୁ କଲ୍ କରି ସନ୍ଦେହ ଦୂର କରିପାରିବେ । ଏପରିକି ୟୁଜିସି ପକ୍ଷରୁ ଜାରି କରାଯାଇଥିବା ଇ-ମେଲ୍ ଆଇଡ଼ି covid19help.ugc@gmail.com କୁ ସେମାନଙ୍କ ପ୍ରଶ୍ନ ପଠାଇ ଉତ୍ତର ପାଇପାରିବେ ।

ଅଧିକ ପଢନ୍ତୁ: ରେଲୱେ ଟ୍ରାକରେ ନ’ଚାଲିବାକୁ ପୂର୍ବତଟ ରେଳପଥର ଅନୁରୋଧ

ଋରବିବାର ଦିନ ୟଜିସି ପକ୍ଷରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ରେ ଉଲ୍ଲେଖ କରାଯାଇଛି ଯେ, ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସହାୟତା କେନ୍ଦ୍ର ଗଠନ କରିବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକମାନଙ୍କ ସହଯୋଗରେ ୟୁଜିସିର ୱେବସାଇଟ୍ ଯାଇ ମଧ୍ୟ ସହାୟତା ଗ୍ରହଣ କରିପାରିବେ ।

Comments are closed.